Thursday, 11 October 2018
ବାଲେଶ୍ୱରରୁ ପ୍ରଘଟ ହୋଇଛି ବ୍ରହ୍ମୋସ-୨ ତଥ୍ୟ!
ବାଲେଶ୍ୱର, ୧୦/୧୦ : ନିକଟରେ ୟୁପି ଏଟିଏସ୍ ପକ୍ଷରୁ ପ୍ରତିରକ୍ଷା ତଥ୍ୟ ଆଦାନ ପ୍ରଦାନ ଅଭିଯୋଗରେ ନାଗପୁରଠାରୁ ଡିଫେନ୍ସ ରିସର୍ଚ୍ଚ ବୈଜ୍ଞାନିକ ନିଶାନ୍ତ ଅଗ୍ରୱାଲ୍ଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣା ପରେ ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥା ତଦନ୍ତ ଆରମ୍ଭ କରିଥିଲା । ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥା ଓ ଜୟଗାଓ ପୁଲିସର ମିଳିତ ତଦନ୍ତରେ ଏକ ଗ୍ୟାଙ୍ଗ୍କୁ ଠାବ କରାଯାଇଛି । ଏହି ଗ୍ୟାଙ୍ଗ ବାଲେଶ୍ୱରରୁ ତଥ୍ୟ ହାତେଇଥିବା ଜଣାପଡିଛତଦନ୍ତ ସମୟରେ ଭାରତର ପରମାଣୁ ଶକ୍ତି ସମ୍ପନ୍ନ କ୍ଷେପଣାସ୍ତ୍ରର ତଥ୍ୟାବଳୀକୁ ବିଦେଶକୁ ଚାଲାଣ କରୁଥିବା ଉକ୍ତ ଗ୍ୟାଙ୍ଗ୍ର ପର୍ଦ୍ଦାଫାସ ହୋଇଛି । ଘଟଣାରେ ଆଲିପୁର ଜିଲ୍ଳାର ମଦାରିହାଟ ନିବାସୀ ରଫିକୁଲ୍ ଇସଲାମକୁ ଗିରଫ କରାଯାଇଛି । ତା’ ନିକଟରୁ ଡିଫେନ୍ସ ରିସର୍ଚ୍ଚ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ (ଡିଆର୍ଡିଓ)ର ଏକ କିଟ୍ ମଧ୍ୟ ମିଳିଛି । ଏହି କିଟ୍ରେ କିଛି ରେଡିଓ ଏଲିମେଣ୍ଟ ସହ ଡିଆର୍ଡିଓର ବୈଜ୍ଞାନିକ ନୀରଜ କୁମାରଙ୍କ ହସ୍ତାକ୍ଷର ଥିବା ଏକ ରିପୋର୍ଟ ମଧ୍ୟ ରହିଛି । ଏଥିରେ ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ବ୍ରହ୍ମସ-୨କ୍ଷେପଣାସ୍ତ୍ରର ପାରଦର୍ଶିତା ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଏହି କ୍ଷେପଣାସ୍ତ୍ର ପରୀକ୍ଷାମୂଳକ ଭାବେ ୨୦୨୦ରେ ଉତ୍କ୍ଷେପଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି କିଟ୍ ସେ ଓଡିଶାରୁ ହାତେଇଥିବା କହିଛି । ଏହାକୁ ଭୁଟାନ୍ର ଜଣେ ବ୍ୟକ୍ତିଙ୍କୁ ପ୍ରଦାନ କରିବା ନିମନ୍ତେ ତାକୁ ଦିଆଯାଇଥିବା ପୁଲିସ ଆଗରେ ରଫିକୁଲ୍ ସ୍ୱୀକାର କରିଛି । ରଫିକୁଲ୍କୁ କୋର୍ଟରେ ହାଜର କରାଯାଇ ରିମାଣ୍ଡରେ ନେବାକୁ ଯୋଜନା କରିଛି ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥା । ବାଲେଶ୍ୱର ଡିଆର୍ଡିଓ ଅନ୍ତର୍ଗତ ୱିଙ୍ଗ୍ ଆଇଟିଆର ରହିଛି । ଏଠାରେ ପ୍ରତିରକ୍ଷା ବିଭାଗକୁ ହସ୍ତାନ୍ତର କରିବା ପୂର୍ବରୁ କ୍ଷେପଣାସ୍ତ୍ରଗୁଡ଼ିକର ପରୀକ୍ଷା କରାଯାଏ । ରଫିକୁଲ୍ ନିକଟରୁ ଉଦ୍ଧାର ହୋଇଥିବା ରିପୋର୍ଟକୁ ତର୍ଜମା କରିବା ପରେ ଏଭଳି ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପରୀକ୍ଷା ସମ୍ବନ୍ଧରେ ସେଥିରେ ତଥ୍ୟ ଥିବା ଗୁଇନ୍ଦା ସଂସ୍ଥା ଜାଣିପାରିଛି । ବୈଜ୍ଞାନିକଙ୍କ ଦ୍ୱାରା ବ୍ରହ୍ମସ କ୍ଷେପଣାସ୍ତ୍ର ପରୀକ୍ଷା ସମୟରେ ପ୍ରସ୍ତୁତ ହେଉଥିବା ରିପୋର୍ଟ ରଫିକୁଲ୍ ନିକଟରେ କେମିତି ପହଞ୍ôଚଲା ତାହା ଏବେ ଗୁଇନ୍ଦା ସଂସ୍ଥା ତଦନ୍ତ କରୁଛି ।
Subscribe to:
Post Comments (Atom)
No comments:
Post a Comment